About Me

ପାଣି ଓ ପ୍ରକୃତି

ଆରାବଳୀ ପର୍ବତମାଳା ନିକଟରେ ଗୋଟିଏ ଗୁରୁକୂଳ ଥିଲା । ସେ ଗୁରୁକୂଳର ଅଧ୍ୟକ୍ଷ ଆଚାର୍ଯ୍ୟ କୃଷ୍ଣଚନ୍ଦ୍ର ଥିଲେ । ଜଣେ ଗୁଣୀ, କ୍ଷମାଶୀଳ ଓ ପ୍ରଭାବଶାଳୀ ଶିକ୍ଷକ ଭାବରେ ସେ ଅନେକ ସୁନାମ ଅର୍ଜନ କରିଥିଲେ । ଆଖପାଖର ଚାରି ପାଂଚଗୋଟି ରାଜ୍ୟରୁ ବିଦ୍ୟାର୍ଥୀମାନେ ଆସି ତାଙ୍କ ପାଖରୁ ଶିକ୍ଷାଲାଭ କରୁଥିଲେ ।

ସେ ଗୁରୁକୂଳଟି ଜନପଦଠାରୁ ବହୁତ ଦୂରରେ ଅବସ୍ଥିତ ଥିଲା । ଏହାକୁ ଗୋଟିଏ ବଣ ଘେରି ରହିଥିଲା । ସେହି ଗୁରୁକୂଳ ଚାରିପଟେ ଫଳ ଫୁଲର ଉଦ୍ୟାନ ଥିଲା । ସେସବୁ ଉଦ୍ୟାନ ଶିକ୍ଷାର୍ଥୀମାନେ ପ୍ରସ୍ତୁତ କରିଥିଲେ ଓ ସେହିମାନେ ତା’ର ତତ୍ତ୍ୱାବଧାନ କରୁଥିଲେ । ଉଦ୍ୟାନ ବହୁତ ସୁନ୍ଦର ଭାବରେ ବଢି ଉଠିଥିଲା ।

ଦିନେ ସଂନ୍ଧ୍ୟାବେଳେ ଆଚାର୍ଯ୍ୟ ଆଶ୍ରମର ଉଦ୍ୟାନ ଆଡେ ବୁଲିବାକୁ ଯାଇ ଦେଖିଲେ, ସୁକାନ୍ତ ନାମକ ଜଣେ ବିଦ୍ୟାର୍ଥୀକୁ ଅନ୍ୟ ଚାରିଜଣ ବିଦ୍ୟାର୍ଥୀ ଧମକଚମକ ଦେଉଛନ୍ତି । ଜଣେ ସୁକାନ୍ତକୁ ଠେଲି ଦେଲା । ଫଳରେ ସେ ସିଧା ଯାଇ ତଳେ ପଡିଗଲା ।

ଆଚାର୍ଯ୍ୟ ଆସୁଥିବାର ଦେଖି ସମସ୍ତେ ତଟସ୍ଥ ହୋଇ ରହିଗଲେ । ସଙ୍କୋଚ ଯୋଗୁଁ ସମସ୍ତଙ୍କ ମୁଣ୍ଡ ହଠାତ୍ ତଳକୁ ହୋଇଗଲା ।

ଆଚାର୍ଯ୍ୟ ଗମ୍ଭୀର ଭାବରେ ପଚାରିଲେ “କଥା କ’ଣ?”

ପ୍ରଥମେ ତ କେହି କିଛି କହିଲେ ନାହିଁ । କିନ୍ତୁ ଗୁରୁଙ୍କ ଆଗରେ ବା କେତେ ସମୟ ଆଉ ସେମାନେ ନୀରବ ରହି ପାରନ୍ତେ? ଗୁରୁ ପୁଣି ସେମାନଙ୍କୁ କଡା ଭାବରେ ପ୍ରଶ୍ନଟି ପଚାରିଲେ ।

ବିଦ୍ୟାର୍ଥୀମାନେ ଉତ୍ତର ଦେଲେ “ଆଜ୍ଞା! ଉଦ୍ୟାନରୁ ବାରମ୍ବାର ଫଳ ଚୋରିଯିବା କଥା ଆପଣ ଜାଣନ୍ତି । ଦେଖିବା ବେଳକୁ ସୁକାନ୍ତହିଁ ଚୋରି କରୁଛି ।”

ସୁକାନ୍ତ ଅଭିଯୋଗ କରିବା କଣ୍ଠରେ କହିଲା “ଆଜ୍ଞା, ସାମାନ୍ୟ କେତୋଟି ଫଳ ତୋଳି ନେଇଥିଲି ବୋଲି ଏମାନେ ମୋତେ ଏମିତି ଦଣ୍ଡ ଦେଉଛନ୍ତି!”

ଆଚାର୍ଯ୍ୟ ସେମାନଙ୍କୁ ଡାକିନେଇ ଗୋଟାଏ ସ୍ଥାନରେ ବସାଇଲେ ଓ କହିଲେ, “ତମେମାନେ ମୋତେ ନ ଜଣାଇ ସୁକାନ୍ତକୁ ଦଣ୍ଡଦେଇ ବହୁତ ବଡ ଭୁଲ୍ କରିଛ ।”

ଛାତ୍ରମାନେ ସମସ୍ତେ ଆପଣା ମୁଣ୍ଡ ତଳକୁ କରି ବସି ରହିଲେ । ମାତ୍ର ସୁକାନ୍ତର ମୁହଁ ଉଲୁସି ଉଠିଲା ।

କିନ୍ତୁ ଆଚାର୍ଯ୍ୟ କହିଲେ, “ସୁକାନ୍ତ! ତୋର ଧାରଣା ସାମାନ୍ୟ ଫଳ ଚୋରି କରିବାଟା ବିଶେଷ କିଛି ଅପରାଧ ନୁହେଁ । ହୁଏତ ନୁହେଁ, କିନ୍ତୁ ଏହି ସାମାନ୍ୟ ଅପରାଧ ତୋତେ ଦିନେନା ଦିନେ ବିଶେଷ ଅପରାଧ ଆଡକୁ ଠେଲି ନେଇଯିବ । ପାଣି ଯେପରି ସାମାନ୍ୟ ସୁଯୋଗ ପାଇଲେ ତାହା ତଳକୁ ଗଡିଯାଏ, ମଣିଷର ପ୍ରକୃତି ମଧ୍ୟ ଠିକ୍ ସେହିପରି ସୁଯୋଗ ପାଇଲେ ତଳ ଆଡକୁ ଗତି କରେ । ତୁ ଆଜି ଫଳ ଚୋରି କଲୁ; ଆଜି ଦଣ୍ଡ ନ ପାଇଲେ କାଲିକି ତୁ ଅନ୍ୟ କିଛି ଚୋରି କରିବୁ । ଚୋରି କଲେ ଶେଷକୁ ବାଧ୍ୟ ହୋଇ ତୁ ମିଛ କହିବୁ । ଗୋଟିଏ ଅପରାଧରୁ ତୁ ଅନ୍ୟ ଅପରାଧ କରିବୁ । ଜଣକର ଉଦାହରଣ ଦେଉଛି ।”

ଏ ଉଦାହରଣ ଦେବାର କାରଣ, ନିଜ ଭିତରେ ଥିବା ଦୋଷ ଦୁର୍ବଳତାକୁ ନିଜେ ଦୂର ନକରି ଚାପି ରଖିଲେ ପରିଣତି ବଡ ଖରାପ ହୋଇପାରେ ବୋଲି ତମେମାନେ ଏଥିରୁ ଶିକ୍ଷା ଲାଭ କରିବା ଉଚିତ୍ ।

“ରାମପୁରରେ ସୁନ୍ଦର ବୋଲି ଗୋଟାଏ ପିଲା ଥିଲା । ସେ ବଡ ବୁଦ୍ଧିମାନ୍ । କିନ୍ତୁ କୁସଙ୍ଗରେ ପଡି ଧିରେ ଧିରେ ଚୋରି କରିବାକୁ ସେ ଶିଖିଗଲା । ବାପା ମା, ବନ୍ଧୁବାନ୍ଧବ ତାକୁ ଘୃଣା କଲେ । ସେଉଠୁ ସେ ଘର ଛାଡି ଚାଲିଗଲା ଓ ଚୋରି କରି ଚଳିଲା ।”

ମୁଠାଏ ମାଟି ପାଇଁ

ଖରା ବର୍ଷା ହେଇ
ବର୍ଷା ସୀତ ହେଇ
ବର୍ଷୁଛି ଯେ ବର୍ଷୁଛି
ଉଲଗ୍ନ କଙ୍କାଳ ମୋର ଅଗଣାରେ
କେଉଁ ଅନନ୍ତ କାଳରୁ
ଭିଯୁଛି ତ ଭିଯୁଛି ।ଅଧା ଭୋକରେ
ଅଧା ଭୋକରେ ,
କବର ତଳୁ
ଧସି ଯାଇଥିବା
ମାଟି ମୁଠାଏ ପାଇଁ
ଲଢ଼ୁଛି ତ ଲଢ଼ୁଛି ।

© ଅକ୍ଷୟ ସାହୁ



ଅଵିଶ୍ରାନ୍ତ

ଆଉ ଥରେ ଥକି ଯିବନି ଭାବି
ପୁଣି ଥରେ ବାଟ ଚାଲିଲି ,
ମନର ବୟସ ବଢି ନ ଥିଲା ବୋଧେ ,
ସ୍ୱପ୍ନମାନେ ସେଠି ପାଇଁ ଦୂରେଇ ନ ଥିଲେ । ୧ ।

କାହାକୁ ପଢିବାକୁ ଇଚ୍ଛା କଲିନି ,
ସବୁ ଚେହେରା ନୂଆ ରହିବ ବୋଲି ,
ସଂପର୍କ ଏବଂ ସ୍ମୃତି ଶବ୍ଦ ଗୁଡାକୁ ପୋଛିଦେଲି
ଆଉ କିଛି ଭାଙ୍ଗି ଯିବନି ବୋଲି । ୨ ।

ନୂଆ ରହିଲେ ସବୁକିଛି କେତେ ସୁନ୍ଦର
ହୃଦୟର ସ୍ଵଚ୍ଛତାରେ କେହି ନୁହେଁ ପର ଓ ନିଜର
ଶରୀର ଯଦି ପାର୍ଥିବ, ମନ କଥା ମନରେ ହିଁ ରହୁ
ସ୍ରଷ୍ଟାର ଇଙ୍ଗୀତରେ ଚାଳିତ , ଏ ଜୀବନ ସମ୍ଭାର
ସମୟର କଷଟିରେ ସତେଜ ଓ ଅବିଶ୍ରାନ୍ତ ରହୁ । ୩ ।

 ©ଅକ୍ଷୟ ସାହୁ

Full From

ପ୍ରେମ କବିତା

ବିରହ ପ୍ରେମ
ପ୍ରେମ ପ୍ରତାରଣା

Services

All services
All services
Photographer Services

Photographer Services

Send a Message

Opening Hours

Sunday
Closed
Monday

-

Tuesday

-

Wednesday

-

Thursday

-

Friday

-

Saturday
Closed